Government policies & schemes

କମିଲା PUCC ଫାଇନ୍ ,ଚାଳକମାନଙ୍କ ପାଇଁ ଖୁସି ଖବର

କମିଲା PUCC ଫାଇନ୍ ,ଚାଳକମାନଙ୍କ ପାଇଁ ଖୁସି ଖବର

ଦୀର୍ଘ ଦିନର ଦାବି ପରେ ରାଜ୍ୟ ସରକାର ପିୟୁସିସି (PUCC) ଜରିମାନାକୁ ବଡ଼ ଧରଣର ହ୍ରାସ କରିଛନ୍ତି। ପୂର୍ବରୁ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ରହିଥିବା ବେଳେ, ବର୍ତ୍ତମାନ ଏହାକୁ ସର୍ବାଧିକ ୬ ହଜାର ଟଙ୍କାକୁ କମାଯାଇଛି। ନୂତନ ନିୟମ ଅନୁଯାୟୀ ବାଇକ୍ ଓ ତିନି ଚକିଆ ଗାଡ଼ି ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ୱିତୀୟ ଥର ୫ ହଜାର ଟଙ୍କା ଜରିମାନା ରହିଛି। ଅନ୍ୟାନ୍ୟ ଗାଡ଼ି ପ୍ରଥମ ଥର ଧରାପଡ଼ିଲେ ୩ ହଜାର ଏବଂ ଦ୍ୱିତୀୟ ଥର ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଏହି ନିଷ୍ପତ୍ତିକୁ ଗାଡ଼ି ମାଲିକ ଓ ଚାଳକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି ବୋଲି କୁହାଯାଉଛି। ପୂର୍ବରୁ ପିୟୁସିସି ଜରିମାନାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭୁବନେଶ୍ୱରରେ ଜରିମାନା ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାପରେ ଗାଡ଼ି ଚାଳକମାନଙ୍କ ଉପରେ ଜରିମାନାର ଆର୍ଥିକ ବୋଝ କିଛିଟା କମିବ ବୋଲି ଆଶା କରାଯାଉଛି।

Share: