Social issues

କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ

କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ

କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ମାସ ଭଗବାନ ବିଷ୍ଣୁଙ୍କ ଆରାଧନା, ଦାନ-ପୁଣ୍ୟ ଓ ପୂଜାପାଠ ପାଇଁ ବେଶ୍‌ ପବିତ୍ର। ବିଶେଷ କରି ତୁଳସୀ ପୂଜାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ପଞ୍ଜିକା ଅନୁସାରେ, ୨୦୨୬ରେ ଉତ୍ତର ଭାରତରେ ଅକ୍ଟୋବର ୨୭ରୁ କାର୍ତ୍ତିକ ମାସ ଆରମ୍ଭ ହୋଇ ନଭେମ୍ବର ୨୪ରେ କାର୍ତ୍ତିକ ପୂର୍ଣ୍ଣିମା ସହ ଶେଷ ହେବ।

ମାନ୍ୟତା ଅନୁଯାୟୀ, ସକାଳେ ସ୍ନାନ କରି ସଫା ବସ୍ତ୍ର ପିନ୍ଧି ତୁଳସୀ ଚଉରା ପାଖରେ ପୂଜା କରିବା ଶୁଭ। ସନ୍ଧ୍ୟାରେ ତୁଳସୀ ପାଖରେ ଦୀପ ଜାଳିବାର ମଧ୍ୟ ପରମ୍ପରା ରହିଛି।

ତେବେ ତୁଳସୀ ପତ୍ର ତୋଳିବା ସମୟରେ ମଧ୍ୟ କିଛି ନିୟମ ମାନିବାର ବିଶ୍ୱାସ ରହିଛି। ରବିବାର, ଏକାଦଶୀ ଓ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ନତୋଳିବାକୁ କୁହାଯାଏ। କାର୍ତ୍ତିକ ମାସରେ ତୁଳସୀ ପାଖରେ ବସି ବିଷ୍ଣୁଙ୍କ ନାମ ସ୍ମରଣ, ମନ୍ତ୍ର ଜପ ଓ ପ୍ରାର୍ଥନା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ରହିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।


Share: