ଓଡ଼ିଶା ଆସନ୍ତା ୨୫ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା ୨୫ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୭୦ କୋଟି ବ୍ୟୟରେ ଜଟଣୀ ଠାରେ ନିର୍ମାଣ ହୋଇଥିବା ଡାଟା ସେଣ୍ଟରକୁ ଉଦଘାଟନ କରିବେ । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଓଡ଼ିଶାରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ପ୍ରକଳ୍ପ ପାଇଁ ଓଡିଶାକୁ ବାଛି ଥିଲେ। ଓଡ଼ିଶାର ଡିଜିଟାଲ ବିକାଶକୁ ଆଗକୁ ନେବ। ଡିଜିଟାଲ କ୍ଷେତ୍ରରେ ଓଡ଼ିଶାର ଛବି ବଦଳାଇବାରେ ସହାୟକ ହେବ। ପ୍ରଥମେ ସେମି କଣ୍ଡକ୍ଟର ପରେ ଆରବିଆଇ ଡାଟା ସେଣ୍ଟର ଦର୍ଶଉଛି ଓଡିଶା ପ୍ରତି ମୋଦିଙ୍କ ପ୍ରତିବଦ୍ଧତା। ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ନ ସାଢେ ୪ ଟାରେ ଆସିବେ ଓ ଜଟଣୀରେ ଡାଟା ସେଣ୍ଟର ଉଦଘାଟନ କରିବା ପରେ ସନ୍ଧ୍ୟା ସାଢେ ୬ ଟାରେ ଫେରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତି ସୂଚନା ଦେଇଛନ୍ତି।