Government policies & schemes

ଚିନି ପରେ ଏବେ ଗୁଡ଼ର ଦାମ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି

ଚିନି ପରେ ଏବେ ଗୁଡ଼ର ଦାମ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି

ଚିନି ପରେ ଏବେ ଗୁଡ଼ର ଦାମ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି। ପୂର୍ବରୁ କିଲୋପିଛା ୪୦ରୁ ୫୦ ଟଙ୍କାରେ ମିଳୁଥିବା ଗୁଡ଼ ଏବେ ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍ ଗୁଡ଼ର ଦାମ ପ୍ରାୟ ଦୁଇଗୁଣା ବଢ଼ିଯାଇଛି। ଏହାର ସିଧାସଳଖ ପ୍ରଭାବ ଘରୋଇ ବଜେଟ ଉପରେ ପଡ଼ିବା ସହ ପର୍ବପର୍ବାଣୀ ସମୟରେ ମିଠା ପ୍ରସ୍ତୁତିର ଖର୍ଚ୍ଚ ମଧ୍ୟ ବଢ଼ିପାରେ।

ଭାରତ ବିଶ୍ୱର ସର୍ବବୃହତ୍ ଗୁଡ଼ ଉତ୍ପାଦକ ଦେଶ ହୋଇଥିବାରୁ ଗୁଡ଼ ଆମଦାନି କରିବାକୁ ପଡ଼େ ନାହିଁ। ବିଶ୍ୱର ପ୍ରାୟ ୭୦ ପ୍ରତିଶତ ଗୁଡ଼ ଭାରତରେ ଉତ୍ପାଦିତ ହୁଏ ଏବଂ ଦେଶରେ ଉତ୍ପାଦିତ ଆଖୁର ପ୍ରାୟ ୩୦ ପ୍ରତିଶତ ଗୁଡ଼ ତିଆରିରେ ବ୍ୟବହୃତ ହୁଏ। ଭାରତ ଗୁଡ଼ର ଏକ ପ୍ରମୁଖ ରପ୍ତାନିକାରୀ ଦେଶ ମଧ୍ୟ ଅଟେ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗୁଡ଼ ମହଙ୍ଗା ହେବାର ପ୍ରମୁଖ କାରଣ ହେଉଛି ଚିନିର ଦର ବୃଦ୍ଧି, ପୁରୁଣା ଗୁଡ଼ ଷ୍ଟକ୍ ପ୍ରାୟ ଶେଷ ହୋଇଯିବା ଏବଂ ଇଥାନଲ୍ ଉତ୍ପାଦନରେ ଆଖୁର ଅଧିକ ବ୍ୟବହାର। ଏହାସହ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବାରୁ ଗୁଡ଼ର ଚାହିଦା ବଢ଼ିଛି। ବିଶେଷକରି ଓନମ ଭଳି ପର୍ବ ସମୟରେ ଦକ୍ଷିଣ ଭାରତରେ ଗୁଡ଼ ଓ ଚିନିର ଚାହିଦା ବଢ଼ିବା ଯୋଗୁଁ ବଜାରରେ ଯୋଗାଣ ଉପରେ ଚାପ ସୃଷ୍ଟି ହେଉଛି। ଫଳରେ ଆଗାମୀ ଦିନରେ ଗୁଡ଼ର ଦାମ ଆହୁରି ବଢ଼ିପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି

Share: