Government policies & schemes

ସମୟ ସୀମା ଭିତରେ ସେବା ନମିଳିଲେ , ଫାଇନ ଗଣିବେ ଦାୟୀ ଅଫିସର

ସମୟ ସୀମା ଭିତରେ ସେବା ନମିଳିଲେ  , ଫାଇନ ଗଣିବେ ଦାୟୀ ଅଫିସର

ସରକାରୀ ସେବାରେ ବିଳମ୍ବ କଲେ ଏଣିକି ଅଧିକାରୀଙ୍କୁ ଦେବାକୁ ପଡ଼ିବ ଜରିମାନା। ଓଡ଼ିଶା ଜନସେବା ଅଧିକାର ଆଇନ-୨୦୧୨ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ନୂଆ ଏସଓପି ଜାରି କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେବା ନଦେଲେ ମାମଲା ସ୍ୱୟଂଚାଳିତ ଭାବେ ଅଟୋ-ଅପିଲ୍କୁ ଯିବ। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ କଟାଯିବ। ଆବେଦନର ୩୦ ଦିନ ମଧ୍ୟରେ ସେବା ନମିଳିଲେ ଆବେଦନକାରୀଙ୍କୁ ଆଉ ଅଲଗା ଅପିଲ୍ କରିବାକୁ ପଡ଼ିବ ନାହିଁ। ସିଷ୍ଟମ ନିଜେ ଅପିଲ୍ ପ୍ରକ୍ରିୟା ଆରମ୍ଭ କରି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବାଟ ଖୋଲିଦେବ।

Share: