Government policies & schemes

ସୁଭଦ୍ରା ଯୋଜନାର ୫ମ କିସ୍ତି ୨୮ ଅଗଷ୍ଟରେ

ସୁଭଦ୍ରା ଯୋଜନାର ୫ମ କିସ୍ତି ୨୮ ଅଗଷ୍ଟରେ

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ୨୭ ଅଗଷ୍ଟ ପରିବର୍ତ୍ତେ ୨୮ ଅଗଷ୍ଟରେ ପ୍ରଦାନ କରାଯିବ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଖାତାକୁ DBT ମାଧ୍ୟମରେ ଅର୍ଥ ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଏଥର ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୫୪ ଜଣ ମହିଳା ପ୍ରଥମ ଥର ପାଇଁ ଏହି ସହାୟତା ପାଇବେ। ପୂର୍ବରୁ ଟଙ୍କା ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯାଞ୍ଚ ପରେ ଏଥର ସାମିଲ କରାଯାଇଛି। ଯେଉଁମାନଙ୍କର ଏକାଧିକ କିସ୍ତି ବକେୟା ରହିଛି, ସେମାନଙ୍କୁ ମଧ୍ୟ ଯାଞ୍ଚ ପରେ ବକେୟା ରାଶି ପ୍ରଦାନ କରାଯିବ।

ବିତରଣ ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ବୈଠକରେ ବ୍ୟାଙ୍କ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ DBT ପ୍ରକ୍ରିୟା ଶେଷ କରିବା ସହ ହିତାଧିକାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Share: