ଛାତରେ ଲଗାନ୍ତୁ ସୋଲାର, ପାଆନ୍ତୁ ୭୮ ହଜାର ଟଙ୍କା ସବସିଡି
କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇଲେ ସରକାର ସବସିଡି ପ୍ରଦାନ କରୁଛନ୍ତି। ଏହା ସହ ଯୋଗ୍ୟ ଉପଭୋକ୍ତାମାନେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ସୁବିଧା ପାଇପାରିବେ।
ଯୋଜନା ଅନୁସାରେ ୧ କିଲୋୱାଟ୍ ପାଇଁ ୩୦ ହଜାର, ୨ କିଲୋୱାଟ୍ ପାଇଁ ୬୦ ହଜାର ଏବଂ ୩ କିଲୋୱାଟ୍ କିମ୍ବା ତା’ଠାରୁ ଅଧିକ କ୍ଷମତାର ସୋଲାର ସିଷ୍ଟମ୍ ପାଇଁ ସର୍ବାଧିକ ୭୮ ହଜାର ଟଙ୍କା ସବସିଡି ମିଳିବ। ୫ କିଲୋୱାଟ୍ ସିଷ୍ଟମ୍ ଲଗାଇଲେ ମଧ୍ୟ କେନ୍ଦ୍ର ପକ୍ଷରୁ ସର୍ବାଧିକ ୭୮ ହଜାର ଟଙ୍କା ସହାୟତା ମିଳିବ।
ଏହି ଯୋଜନାରେ ଆବେଦନ ପାଇଁ ଅନଲାଇନ୍ରେ ‘Apply for Rooftop Solar’ ବିକଳ୍ପ ମାଧ୍ୟମରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଅନୁମୋଦନ ପରେ ଅନୁମୋଦିତ ବିକ୍ରେତାଙ୍କ ଦ୍ୱାରା ସୋଲାର ପ୍ୟାନେଲ୍ ସ୍ଥାପନ କରି ଯାଞ୍ଚ ପରେ ସବସିଡି ସିଧାସଳଖ ବ୍ୟାଙ୍କ ଖାତାକୁ ଜମା ହେବ।
