୧୬ ଅଗଷ୍ଟ ସୁଦ୍ଧା LPG e-KYC କରନ୍ତୁ, ନହେଲେ ବନ୍ଦ ହୋଇପାରେ ସବସିଡି
ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ LPG ସଂଯୋଗ ପାଇଁ ଆଧାର-ଆଧାରିତ e-KYC ପୂରଣ କରିନାହାଁନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ସୁଦ୍ଧା ଏହା ନିଶ୍ଚିତ ଭାବେ କରନ୍ତୁ। ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପ୍ରକୃତ ଗ୍ରାହକଙ୍କ ପରିଚୟ ସୁନିଶ୍ଚିତ କରିବା, ନକଲି ଓ ଡୁପ୍ଲିକେଟ ସଂଯୋଗ ହଟାଇବା ଏବଂ ସବସିଡି ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବା ପାଇଁ e-KYCକୁ ବାଧ୍ୟତାମୂଳକ କରିଛନ୍ତି।
ଗ୍ରାହକମାନେ IndianOil One, Hello BPCL ଓ HP Pay ଆପ୍ ମାଧ୍ୟମରେ ଘରେ ବସି e-KYC କରିପାରିବେ। ଏଥିସହ ନିକଟସ୍ଥ ଇଣ୍ଡେନ, ଭାରତ ଗ୍ୟାସ କିମ୍ବା HP Gas ବିତରକଙ୍କ କାର୍ଯ୍ୟାଳୟକୁ ଯାଇ ଆଧାର ଓ ବାୟୋମେଟ୍ରିକ୍ ଯାଞ୍ଚ ମାଧ୍ୟମରେ ମଧ୍ୟ e-KYC ସମ୍ପୂର୍ଣ୍ଣ କରାଯାଇପାରିବ।
e-KYC ନକଲେ ଉଜ୍ଜ୍ୱଳା ଯୋଜନା କିମ୍ବା ଅନ୍ୟ ସବସିଡି ଯୋଜନାର ଲାଭ ବନ୍ଦ ହୋଇପାରେ। ଏହା ସହିତ ସବସିଡି ବିନା ପୂର୍ଣ୍ଣ ବଜାର ଦରରେ ଗ୍ୟାସ ସିଲିଣ୍ଡର କିଣିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ରିଫିଲ୍ ବୁକିଂ କିମ୍ବା ସିଲିଣ୍ଡର ଡେଲିଭରିରେ ବିଳମ୍ବ ହେବା ସହ ସଂଯୋଗକୁ ଅସ୍ଥାୟୀ ଭାବେ ନିଷ୍କ୍ରିୟ କରାଯିବାର ସମ୍ଭାବନା ମଧ୍ୟ ରହିଛି।
ଯେଉଁ ଗ୍ରାହକମାନେ ପୂର୍ବରୁ e-KYC ସମ୍ପୂର୍ଣ୍ଣ କରିସାରିଛନ୍ତି, ସେମାନଙ୍କୁ ପୁଣିଥରେ ଏହି ପ୍ରକ୍ରିୟା କରିବାର ଆବଶ୍ୟକତା ନାହିଁ।
