ପାର୍ବଣ ଚାଲିଥିବାରୁ ମହଙ୍ଗାମାଡ ଏବେ ହାଣ୍ଡିଶାଳ ଉପରେ , ୫୦୦ଟଙ୍କା ପରିବାରେ ପୁରୁନି ଗ୍ରାହକଙ୍କ ବ୍ୟାଗ
ଚିନ୍ତାରେ ମଧ୍ୟବିତ୍ତ ,ପାର୍ବଣ ଚାଲିଥିବାରୁ ମହଙ୍ଗାମାଡ ଏବେ ହାଣ୍ଡିଶାଳ ଉପରେ , ୫୦୦ଟଙ୍କା ପରିବାରେ ପୁରୁନି ଗ୍ରାହକଙ୍କ ବ୍ୟାଗ ,କେମିତି ପୁରିବ ପେଟ, ସେଥିପାଇଁ ଖାଉଟିଙ୍କ ମୁଣ୍ଡ ଉପରେ ପଡିଛି ଚଡ଼କ ଏମିତି ଆକାଶ ଛୁଆଁ ଦରଦେଖି ରୋଷେଇ ଘର ପରିବା ଡ଼ାଲାରେ ଆଉ ଦେଖିବାକୁ ମିଳୁନି ଅନେକ ପରିବା ଏଣେ ଗ୍ୟାସ , ରାସନ ଓ ଗ୍ରୋସରୀ ଦର ବୃଦ୍ଧି ଭିତରେ ପରିବା ଦର ମଧ୍ୟବିତ୍ତଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ପାର୍ବଣ ଋତୁରେ ଖାଇବାରୁ ପିନ୍ଧିବା ଯାଏଁ ସବୁଠି ଦର ଉପରମୁହାଁ । ଆଗକୁ କାର୍ତ୍ତିକ ମାସ ଥିବାରୁ ଦର ଆହୁରି ବଢ଼ିବା ଆଶଙ୍କାରେ ଖାଉଟି ।ପରିବା ଦର ଆକାଶଛୁଆଁ ହୋଇଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମାସିକ ବଜେଟ ବିଗିଡି ଯାଇଛି ।
ବଜାରରେ ବିନ୍ସ କିଲୋ ୧୦୦ ଟଙ୍କା, ବାଇଗଣ ୮୦ ଟଙ୍କା, ଟମାଟୋ ୫୦ ଟଙ୍କା, ପୋଟଳ ୮୦ ଟଙ୍କା, ଭେଣ୍ଡି ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦେଶୀ ଆଳୁ ୮୦ ଟଙ୍କାରେ ବିକ୍ରି ହେଉଛି । ସେଭଳି ବନ୍ଧା କୋବି କିଲୋ ୪୦ ଟଙ୍କା, ଫୁଲକୋବି ଗୋଟା ୫୦ ଟଙ୍କା,ରହିଛି । ୬୦ ଟଙ୍କା ତଳେ ଗୋଟିଏ ବି ପରିବା ନାହିଁ । ୫୦୦ ଟଙ୍କା ନେଇ ବଜାରକୁ ଗଲେ ବି ବ୍ୟାଗ ଭର୍ତ୍ତି ପରିବା କିଣି ହେଉନାହିଁ ।
ବ୍ୟବସାୟୀଙ୍କ କହିବା କଥା ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାରୁ ବଜାରକୁ ପରିବା ଯୋଗାଣ କମିଛି । ଅନ୍ୟପଟେ ପାର୍ବଣ ସମୟରେ ଚାହିଦା ବଢ଼ିବାରୁ ଦର ଉପରମୁହାଁ ହୋଇଛି । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ପରିବା ଦର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ପାର୍ବଣରେ ଖୁସି ବଦଳରେ ମହଙ୍ଗା ମାଡ଼ରେ ଘାଣ୍ଟି ହେଉଛନ୍ତି ସାଧାରଣ ଖାଉଟି । କେବେ ଦର କମିବ ଏବଂ କେବେ ହାଣ୍ଡିଶାଳକୁ ଆଶ୍ୱସ୍ତି ମିଳିବ, ତାହାକୁ ଅପେକ୍ଷା କରିଛନ୍ତି ଖାଉଟି ।
