କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନରେ ଛୁଟୁଛି ପ୍ରଂଶସାର ସୁଅ
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନରେ ଛୁଟୁଛି ପ୍ରଂଶସାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି କି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସମର୍ପଣ ଏବଂ ଦୃଢ଼ ନିଷ୍ଠା ସହିତ ରାଷ୍ଟ୍ର ସେବା କରିବା ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ନୂତନ ଶକ୍ତି ପ୍ରଦାନ କରନ୍ତୁ । ଏହାସହ ଅମିତ ଶାହଙ୍କର ଦୀର୍ଘ, ସୁସ୍ଥ ଏବଂ ପରିପୂର୍ଣ୍ଣ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ନକ୍ସଲମୁକ୍ତ ଭାରତ ମିଶନକୁ ଆଗକୁ ବଢାଇବା ଏବଂ ସହକାର ସେ ସମୃଦ୍ଧିର ଦୃଷ୍ଟିକୋଣ ମାଧ୍ୟମରେ ସମବାୟ କ୍ଷେତ୍ରକୁ ରୂପାନ୍ତରିତ କରିବାରେ ଆପଣଙ୍କର ଦୃଢ଼ ନେତୃତ୍ୱ ଏକ ଶକ୍ତିଶାଳୀ, ସୁରକ୍ଷିତ ଏବଂ ଅଧିକ ସମୃଦ୍ଧ ଭାରତ ପ୍ରତି ଏକ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ଜାତୀୟ ସୁରକ୍ଷା ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ ପାଇଁ ଆପଣଙ୍କର ଅବଦାନ ଭାରତର ମୂଳଦୁଆକୁ ମଜବୁତ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
