୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ UPI ୟୁଜର୍ସଙ୍କ ପାଇଁ ବଡ଼ ଖବର। ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ
UPI ୟୁଜର୍ସଙ୍କ ପାଇଁ ବଡ଼ ଖବର। ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ ୦.୫ ପ୍ରତିଶତ ଚାର୍ଜ ଲାଗିବ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏନେଇ ସ୍ପଷ୍ଟୀକରଣ ଆସିଛି। ବର୍ତ୍ତମାନ ଏଭଳି କୌଣସି ସରକାରୀ ଟ୍ୟାକ୍ସ କିମ୍ବା ୦.୫ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହୋଇନାହିଁ।
୫ ହଜାର ଟଙ୍କା ପେମେଣ୍ଟରେ ୨୫ ଟଙ୍କା ଏବଂ ୧୦ ହଜାର ଟଙ୍କାରେ ୫୦ ଟଙ୍କା ଚାର୍ଜ ଲାଗିବ ବୋଲି ଯେଉଁ ହିସାବ କରାଯାଉଛି, ତାହା କେବଳ କଳ୍ପିତ ୦.୫ ପ୍ରତିଶତ ହାର ଆଧାରିତ। ଏହା କୌଣସି ସରକାରୀ ଶୁଳ୍କ ନୁହେଁ।
ବର୍ତ୍ତମାନ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ୫ କିମ୍ବା ୧୦ ହଜାର ଟଙ୍କା UPIରେ ପଠାଇଲେ ୦.୫ ପ୍ରତିଶତ ସରକାରୀ ଟ୍ୟାକ୍ସ କଟିବ ନାହିଁ। P2P UPI ପେମେଣ୍ଟ ମାଗଣା ରହିଛି।
ତେବେ ୨,୦୦୦ ଟଙ୍କାରୁ ଅଧିକ କେତେକ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନରେ ଭବିଷ୍ୟତରେ MDR ବ୍ୟବସ୍ଥା ନେଇ ଆଲୋଚନା ହେଉଛି। MDR ଗ୍ରାହକଙ୍କ ସାଧାରଣ ଟ୍ୟାକ୍ସ ନୁହେଁ ଏବଂ ଏହାର ଅନ୍ତିମ ହାର କିମ୍ବା ଲାଗୁ ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ।
ତେଣୁ, ଏବେ ୨,୦୦୦ ଟଙ୍କାରୁ ଅଧିକ ପ୍ରତ୍ୟେକ UPI ପେମେଣ୍ଟରେ ୦.୫ ପ୍ରତିଶତ ଚାର୍ଜ ଲାଗିବ ବୋଲି ହେଉଥିବା ଦାବିକୁ ଭରସା କରନ୍ତୁ ନାହିଁ
