Social issues

“ବଢ଼ିଲା CNG-PNG ଦର

“ବଢ଼ିଲା CNG-PNG ଦର

ସେପ୍ଟେମ୍ବର ପହିଲାରୁ ମୁମ୍ବାଇବାସୀଙ୍କୁ ମହଙ୍ଗା ଝଟକା ଲାଗିଛି। ମହାନଗର ଗ୍ୟାସ୍ ଲିମିଟେଡ୍‌ (MGL) CNG ଓ PNG ଦର ବୃଦ୍ଧି କରିଛି। ମୁମ୍ବାଇରେ CNG ଦର କିଲୋଗ୍ରାମ୍ ପିଛା ₹୨ ବଢ଼ି ₹୮୮ ହୋଇଥିବାବେଳେ PNG ଦର SCM ପିଛା ₹୧ ବଢ଼ି ₹୫୩ ହୋଇଛି। ପଶ୍ଚିମ ଏସିଆର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଇନ୍‌ପୁଟ୍ ଗ୍ୟାସ୍ ଓ RLNG ମୂଲ୍ୟ ବଢ଼ିବାକୁ MGL ଏହାର ମୁଖ୍ୟ କାରଣ ଦର୍ଶାଇଛି।

CNG ଦର ବୃଦ୍ଧିର ପ୍ରଭାବ ଅଟୋ, ଟ୍ୟାକ୍ସି ସମେତ ପ୍ରାୟ ୧୨.୯୩ ଲକ୍ଷ ଯାନବାହନ ଉପରେ ପଡ଼ିବ। ଏହା ସହ ମୁମ୍ବାଇରେ ଅଟୋର ସର୍ବନିମ୍ନ ଭଡ଼ା ₹୧ ବଢ଼ି ₹୨୭ ଏବଂ କଳା-ହଳଦିଆ ଟ୍ୟାକ୍ସିର ସର୍ବନିମ୍ନ ଭଡ଼ା ₹୨ ବଢ଼ି ₹୩୩ ହୋଇଛି। MMRTA ଏହି ଭଡ଼ା ବୃଦ୍ଧିକୁ ମଞ୍ଜୁରି ଦେଇଛି।

ତେବେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ରହିଛି ଆଶ୍ୱସ୍ତିର ଖବର। ୱେଷ୍ଟର୍ଣ୍ଣ ରେଲୱେ ମୁମ୍ବାଇ-କାନପୁର ଅନୱରଗଞ୍ଜ ଓ ମୁମ୍ବାଇ-କଟିହାର ରୁଟ୍‌ରେ ଚାଲୁଥିବା ସାପ୍ତାହିକ ସ୍ପେଶାଲ୍ ଟ୍ରେନ୍‌ଗୁଡ଼ିକର ସେବା ଅବଧି ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇଛି।


Share: