୪ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ .
ସେପ୍ଟେମ୍ବର ୧୧ରେ ଏକ ଦିନିଆ ଧର୍ମଘଟ ହେବ। ୧୨ ଓ ୧୩ ତାରିଖ ସାପ୍ତାହିକ ଛୁଟି ଥିବାରୁ କ୍ରମାଗତ ୩ ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ। ସେହିପରି ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟ ଘୋଷଣା ହୋଇଛି। ୨୬ ଓ ୨୭ ତାରିଖ ଚତୁର୍ଥ ଶନିବାର ଓ ରବିବାର ଛୁଟି ଥିବାରୁ ଶେଷ ସପ୍ତାହରେ କ୍ରମାଗତ ୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ।
୫ ଦିନିଆ କାର୍ଯ୍ୟ ଦିବସ, PLI ବ୍ୟବସ୍ଥା ପ୍ରତ୍ୟାହାର ଏବଂ ପେନସନ ସମ୍ପର୍କିତ ଦାବିକୁ ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି। ଦାବି ପୂରଣ ନହେଲେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଚେତାବନୀ ଦିଆଯାଇଛି।
