ଭୁଲ୍ PAN ନମ୍ବର ଦେଲେ ଦେବାକୁ ପଡ଼ିପାରେ ଜୋରିମାନା
PAN କାର୍ଡକୁ କେବଳ ITR ଫାଇଲ୍ ପାଇଁ ବ୍ୟବହାର କରାଯାଏ ବୋଲି ଭାବିବା ଭୁଲ୍। ଆୟକର ବିଭାଗ PAN ମାଧ୍ୟମରେ ବଡ଼ ଆର୍ଥିକ କାରବାର ଉପରେ ନଜର ରଖିଥାଏ। ଭୁଲ୍ PAN ନମ୍ବର ଦେଲେ କିମ୍ବା ଜାଣିଶୁଣି ଭୁଲ୍ ସୂଚନା ଦେଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।
ଏହି ୫ଟି ପ୍ରମୁଖ କାରବାରରେ PAN ଦେବା ବାଧ୍ୟତାମୂଳକ—
୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜମି କିମ୍ବା ଘର କିଣା-ବିକ୍ରି।
୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିମ୍ବା ସେବା କ୍ରୟ।
୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନୂଆ ଗାଡ଼ି କ୍ରୟ।
୧ ଲକ୍ଷ ଟଙ୍କାରୁ ଅଧିକ ଅଣତାଲିକାଭୁକ୍ତ ସେୟାର କିଣା-ବିକ୍ରି।
ଡିମାଟ୍ ଆକାଉଣ୍ଟ ଖୋଲିବା ଓ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ।
ତେଣୁ କୌଣସି ଆର୍ଥିକ କାରବାର ସମୟରେ ସବୁବେଳେ ସଠିକ୍ PAN ନମ୍ବର ବ୍ୟବହାର କରନ୍ତୁ। ଭୁଲ୍ ସୂଚନା ଦେଲେ କାରବାର ଅଟକିବା ସହ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ।
