Ayurveda & alternative medicine

ଓଡ଼ିଶାରେ ଆୟୁଷ ଚିକିତ୍ସା ଓ ଶିକ୍ଷାକୁ ମିଳିବଆଧୁନିକ ରୂପ

ଓଡ଼ିଶାରେ ଆୟୁଷ ଚିକିତ୍ସା ଓ ଶିକ୍ଷାକୁ ମିଳିବଆଧୁନିକ ରୂପ

ଓଡ଼ିଶାରେ ଆୟୁଷ ଚିକିତ୍ସା ଓ ଶିକ୍ଷାକୁ ଆଧୁନିକ ରୂପ ଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଟ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA) ଢାଞ୍ଚାରେ ଡିପିଆର୍ ପ୍ରସ୍ତୁତ ହେବ। ଏଥିପାଇଁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଓ AIIA ମିଳିତ ଭାବେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

କେନ୍ଦ୍ର ସରକାର ଆୟୁଷ ଶିକ୍ଷା ଓ ଚିକିତ୍ସା ନେଇ ୨୦୨୪ରେ ନୂଆ ଗାଇଡ୍‌ଲାଇନ୍ ଆଣିଛନ୍ତି ଯାହା ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ବର୍ତ୍ତମାନ ଯେଉଁ ଶିକ୍ଷା ପଦ୍ଧତି ଚାଲିଆସୁଛି, ସେଥିରେ ପରିବର୍ତ୍ତନ କରାଯିବ . ନୂଆ ଯୋଜନା ଅନୁସାରେ ଆୟୁଷ ଶିକ୍ଷା, ଚିକିତ୍ସା, ଗବେଷଣା ଓ ଭିତ୍ତିଭୂମିର ଉନ୍ନତି କରାଯିବ। ଡ଼ ିଶାର ଡାକ୍ତରୀ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଏଆଇଆଇଏକୁ ଆସିବେ ।

ଛାତ୍ରଛାତ୍ରୀ, ଅଧ୍ୟାପକ, ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କୁ ଆଧୁନିକ ପ୍ରଶିକ୍ଷଣ ଦିଆଯିବ। ଏହା ସହ ଆଧୁନିକ ଲାବୋରେଟରୀ, GMP-ଅନୁମୋଦିତ ଆୟୁର୍ବେଦିକ ଫାର୍ମାସୀ, ଗବେଷଣା କେନ୍ଦ୍ର ଏବଂ ନୂଆ ଆୟୁଷ ମେଡିକାଲ୍ କଲେଜ ଭିତ୍ତିଭୂମି ବିକାଶ ପାଇଁ ରୂପରେଖ ପ୍ରସ୍ତୁତ ହେବ।

ଆୟୁଷ ନିର୍ଦ୍ଦେଶିକା ଅଞ୍ଜନା ପଣ୍ଡା କହିଛନ୍ତି, ଆୟୁଷ କ୍ଷେତ୍ରରେ ବିକାଶ ନେଇ ଓଡ଼ିଶା ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆୟୁଷ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ। ଭବିଷ୍ୟତରେ ଓଡ଼ିଶାରେ ଆୟୁଷ ଚିକିତ୍ସାରେ ଅସ୍ତ୍ରୋପଚାର ଭଳି ଉନ୍ନତ ସେବା ଆରମ୍ଭ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

Share: