Banking & finance

SBI ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ (BSBD) ଖାତାଧାରୀଙ୍କ ପାଇଁ ବଦଳିଲା ନିୟମ

SBI   ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ (BSBD) ଖାତାଧାରୀଙ୍କ ପାଇଁ ବଦଳିଲା ନିୟମ

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ (BSBD) ଖାତାଧାରୀଙ୍କ ପାଇଁ ନୂଆ ସେବା ଶୁଳ୍କ ନିୟମ ଘୋଷଣା କରିଛି। ଏହି ନିୟମ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରତି ମାସରେ ପ୍ରଥମ ୪ଟି ନଗଦ କାରବାର ମାଗଣା ରହିବ। ଏହା ପରେ ପ୍ରତ୍ୟେକ ନଗଦ ଉଠାଣ ପାଇଁ ୧୫ ଟଙ୍କା ସହ GST ଦେବାକୁ ପଡ଼ିବ।

ଏହି ଶୁଳ୍କ ବ୍ୟାଙ୍କ ଶାଖା, SBI କିମ୍ବା ଅନ୍ୟ ବ୍ୟାଙ୍କର ATM ଏବଂ AEPS ମାଧ୍ୟମରେ କରାଯାଉଥିବା ନଗଦ କାରବାର ପାଇଁ ଲାଗୁ ହେବ।ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଖାତା ସର୍ବନିମ୍ନ ବାଲାନ୍ସ ବିନା ମୌଳିକ ବ୍ୟାଙ୍କିଂ ସୁବିଧା ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଗ୍ରାହକଙ୍କୁ ନଗଦ କାରବାରରେ ସତର୍କ ରହିବାକୁ ପଡ଼ିବ। ବାରମ୍ବାର ଟଙ୍କା ଉଠାଉଥିବା ଗ୍ରାହକଙ୍କ ଖର୍ଚ୍ଚ ବଢ଼ିପାରେ ବୋଲି ବ୍ୟାଙ୍କ ସୂଚନା ଦେଇଛି

Share: