Cultural events & festivals

ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ,ପବିତ୍ର ବାମନ ଜନ୍ମ

ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି  ,ପବିତ୍ର ବାମନ ଜନ୍ମ

ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ବାମନ ଜନ୍ମ ନୀତି। ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ଭାବେ ବାମନଙ୍କ ଆବିର୍ଭାବ ଦିବସକୁ ବାମନ ଦ୍ୱାଦଶୀ ଭାବେ ପାଳନ କରାଯାଏ।

ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ ଆଜି ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହେବ। ମହାସ୍ନାନ, ସର୍ବାଙ୍ଗ ନୀତି ପରେ ପଞ୍ଚାମୃତରେ ଦିଅଁଙ୍କୁ ସ୍ନାନ କରାଯିବ। ଏହାପରେ ଶୀତଳ ଭୋଗ, ଗର୍ଭୋଦକ ନୀତି ଓ ଜନ୍ମବିଧି ସମ୍ପନ୍ନ ହେବ। କ୍ଷୀର ଓ ଲହୁଣୀ ମଣୋହି ସହ ବିଭିନ୍ନ ଭୋଗ ଅର୍ପଣ କରାଯିବ।

ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ଇନ୍ଦ୍ରଧ୍ୱଜ ପୂଜା ମଧ୍ୟ ଅନୁଷ୍ଠିତ ହେବ। ଏହିଦିନ ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳନ ହେବ।

ବାମନ ଜନ୍ମ ନୀତିକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ପାଇଁ ଦର୍ଶନ ସ୍ୱାଭାବିକ ହେବ।

Share: