ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମନା
ମହାପ୍ରଭୁଙ୍କ ଶ୍ରୀମୁଖରେ ଲାଗି ହେବ ସୁବର୍ଣ୍ଣର ରାହୁରେଖା । ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ଏହି ଗୁପ୍ତନୀତି ପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ । ଭଣ୍ଡାର ଘରୁ ରାହୁରେଖା ବାହାର କରାଯାଇ ପତିମହାପାତ୍ରଙ୍କ ଦ୍ୱାରା ସଂସ୍କାର ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖରେ ଲାଗି କରାଯିବ । ନୀତି ସମାପ୍ତ ପରେ ମହାସ୍ନାନ କରାଯାଇ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।
