Public welfare & administration

ଆବାସିକ ପ୍ଲାନ୍‌ରେ ବ୍ୟବସାୟ କଲେ ଆକ୍ସନ୍‌, ବାତିଲ ହେବ ଟ୍ରେଡ୍ ଲାଇସେନ୍ସ

ଆବାସିକ ପ୍ଲାନ୍‌ରେ ବ୍ୟବସାୟ କଲେ ଆକ୍ସନ୍‌, ବାତିଲ ହେବ ଟ୍ରେଡ୍ ଲାଇସେନ୍ସ

ଆବାସିକ ପ୍ଲାନ୍‌ ଅନୁମୋଦନ ନେଇ ବ୍ୟବସାୟ କରୁଥିବା ପ୍ରତିଷ୍ଠାନ ବିରୋଧରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ପଦକ୍ଷେପ ନେବାକୁ ଯାଉଛି। ଏପରି ସମସ୍ତ ପ୍ରତିଷ୍ଠାନର ଟ୍ରେଡ୍ ଲାଇସେନ୍ସ ବାତିଲ କରିବାକୁ ବିଏମ୍‌ସି ପକ୍ଷରୁ ତିନି ଜୋନାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଏମ୍‌ସି ଅଞ୍ଚଳରେ ଆବାସିକ ପ୍ଲାନ୍‌ରେ ବ୍ୟବସାୟ କରୁଥିବା ୪,୬୩୯ଟି ପ୍ରତିଷ୍ଠାନ ଚିହ୍ନଟ ହୋଇଛି। ଏହି ତାଲିକା ଆଧାରରେ ପର୍ଯ୍ୟାୟକ୍ରମେ ଯାଞ୍ଚ, ଟ୍ରେଡ୍ ଲାଇସେନ୍ସ ବାତିଲ ଓ ଆବଶ୍ୟକ ପଡ଼ିଲେ ପ୍ରତିଷ୍ଠାନ ସିଲ୍ କରାଯିବ।

ଏହାସହ ବିଏମ୍‌ସି ଭୁବନେଶ୍ୱରର ବେସରକାରୀ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଘରୋଇ ହସ୍ପିଟାଲଗୁଡ଼ିକର ତାଲିକା ମାଗିଛି। ସେମାନଙ୍କର ବୈଧ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ଥିବା କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ। ନିୟମ ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।


Share: