ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା
ରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଦୁଇଟି ଭୂକମ୍ପ ଝଟକା । ପ୍ରଥମ ଝଟକା ୫.୧ ତୀବ୍ରତାର ହୋଇଥିଲାବେଳେ ଦ୍ୱିତୀୟ ଝଟକା ୩.୫ ତୀବ୍ରତାର ହୋଇଥିବା ଜଣାପଡିଛି । ଉଭୟ ଭୂମିକମ୍ପର କେନ୍ଦ୍ରସ୍ଥଳ ଉପର ସିଆଙ୍ଗ ଜିଲ୍ଲାରେ ଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ ।
ଶୁକ୍ରବାର ସକାଳ ୫ଟା ୪୫ ମିନିଟରେ ୫.୧ ତୀବ୍ରତାର ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଭୂପୃଷ୍ଠରୁ ପ୍ରାୟ ୧୧ କିଲୋମିଟର ଗଭୀରରେ ରହିଥିଲା। ଏହାର କିଛି ସମୟ ପରେ ଅର୍ଥାତ ସକାଳ ୭ଟା ୧୭ ମିନିଟରେ ଦ୍ୱିତୀୟ ଥର ପାଇଁ ୩.୫ ତୀବ୍ରତାରେ ମୃଦୁ କମ୍ପନ ସୃଷ୍ଟି ହୋଇଥିଲା, ଯାହାର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ତଳେ ଥିବା ରେକର୍ଡ କରାଯାଇଛି ।
