Climate change & global initiatives

ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରେକର୍ଡ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ସୂଚନା ମିଳିଛି। ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଖୁଜଦାର ସହର ନିକଟରେ ଥିବା ଜଣାପଡ଼ିଛି।

ଭୂମିକମ୍ପର ଝଟକା ଖୁଜଦାର ସମେତ ଆଖପାଖର ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଭୟଭୀତ ହୋଇ ଲୋକେ ଘର ଓ ବାଣିଜ୍ୟିକ କୋଠାରୁ ବାହାରକୁ ଦୌଡ଼ି ଆସିଥିଲେ। ଏହାର ପ୍ରଭାବ ଭାରତର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି।

ତେବେ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି କିମ୍ବା ଜୀବନହାନି ନେଇ ତତ୍କାଳ କୌଣସି ସରକାରୀ ରିପୋର୍ଟ ମିଳିନାହିଁ। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ଜାରି ରହିଛି। ଆଫ୍ଟର୍‌ଶକ୍‌ର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ଓ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍‌ର ଗତିବିଧି ଯୋଗୁଁ ପାକିସ୍ତାନ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ।


Share: