ଦୀପାବଳିରେ କୃଷକଙ୍କପାଇଁ ଖୁସିଖବର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଗାମୀ କିସ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଆଶା ବଢ଼ିଛି। ତେବେ କିସ୍ତି ପାଇବା ପୂର୍ବରୁ ହିତାଧିକାରୀମାନେ ନିଜର e-KYC ଓ ଯୋଗ୍ୟତା ସ୍ଥିତି ଯାଞ୍ଚ କରିନେବା ଜରୁରୀ। PM-KISANର ଅଧିକୃତ ପୋର୍ଟାଲ ଅନୁଯାୟୀ, ପଞ୍ଜିକୃତ ଚାଷୀଙ୍କ ପାଇଁ e-KYC ବାଧ୍ୟତାମୂଳକ।
ଚାଷୀମାନେ PM-KISAN ମୋବାଇଲ୍ ଆପ୍ ମାଧ୍ୟମରେ ଫେସ୍ ଅଥେଣ୍ଟିକେସନ୍ ବ୍ୟବହାର କରି ଘରେ ବସି e-KYC କରିପାରିବେ। ଏଥିପାଇଁ ଆପ୍ ଖୋଲି ନିଜ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଲଗ୍ଇନ୍ କରି e-KYC ବିକଳ୍ପ ବାଛିବାକୁ ପଡ଼ିବ। ଆଧାର ନମ୍ବର ଦେଇ ମୁହଁ ସ୍କାନ୍ କରି e-KYC ସମ୍ପୂର୍ଣ୍ଣ କରାଯାଇପାରିବ। ଅଧିକୃତ ନିର୍ଦ୍ଦେଶ ଅନୁସାରେ, e-KYC ସମ୍ପନ୍ନ ହେବା ପରେ ଏହାର ସ୍ଥିତି ଅପଡେଟ୍ ହେବାକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିପାରେ।
ଏହାସହ PM-KISAN ପୋର୍ଟାଲର ‘Know Your Status’ ବିକଳ୍ପରେ ଯାଇ ପେମେଣ୍ଟ ଓ e-KYC ସ୍ଥିତି ଯାଞ୍ଚ କରିପାରିବେ
