Cultural events & festivals

ହବିଷ୍ୟାଳି ଯୋଜନା ପାଇଁ ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ

ହବିଷ୍ୟାଳି ଯୋଜନା ପାଇଁ  ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳି ବ୍ରତ ପାଳନ କରିବାକୁ ଇଚ୍ଛୁକ ମହିଳାଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଚଳିତ ବର୍ଷ ହବିଷ୍ୟାଳି ଯୋଜନାରେ ସାମିଲ ହେବା ପାଇଁ ଅକ୍ଟୋବର ୬ ତାରିଖରୁ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ। ହବିଷ୍ୟାଳିମାନେ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରିବେ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଥର ମୋଟ ୨୫୦୦ ଜଣ ହବିଷ୍ୟାଳିଙ୍କୁ ଯୋଜନାରେ ସୁଯୋଗ ଦିଆଯିବ। ପୁରୀର ବୃନ୍ଦାବତୀ ନିବାସ, ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ସେମାନଙ୍କ ରହିବା ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯିବ।

ଏହାସହ ପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ମାଗଣା ମହାପ୍ରସାଦ ସେବନର ସୁବିଧା ମଧ୍ୟ ଉପଲବ୍ଧ ହେବ। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ଇଚ୍ଛୁକ ମହିଳାମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଏଥିପାଇଁ ଓଡ଼ିଶା ସରକାରଙ୍କ e-District ପୋର୍ଟାଲ୍ https://edistrict.odisha.gov.in ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ।


Share: