IMDର ସତର୍କ ସୂଚନା ,୨୨ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା
ଦେଶର ୨୨ଟି ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସମେତ ଅନେକ ରାଜ୍ୟରେ ବର୍ଷା ହୋଇପାରେ।
କେତେକ ଅଞ୍ଚଳରେ ବର୍ଷା ସହ ଝଡ଼ପବନ ଓ କୁଆପଥର ବର୍ଷାର ମଧ୍ୟ ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବଙ୍ଗୋପସାଗରରେ ମଧ୍ୟ ପବନ ଜୋର ହେବାର ସମ୍ଭାବନା ରହିଛି।
ଏହି ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଚାଷୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ IMD ପରାମର୍ଶ ଦେଇଛି। ଦିଲ୍ଲୀରେ ମଧ୍ୟ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
