Mobile & gadgets

ରାଜ୍ୟରେ ପିଆଜ ଦର ଏବେ ଆକାଶ ଛୁଆଁ

ରାଜ୍ୟରେ ପିଆଜ ଦର ଏବେ ଆକାଶ ଛୁଆଁ

ରାଜ୍ୟରେ ପିଆଜ ଦର ସାଧାରଣ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟିଛି। ଖୁଚୁରା ବଜାରରେ ପିଆଜ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ, ଗତ ସପ୍ତାହରେ ଦର ୨୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।

ମହାରାଷ୍ଟ୍ରର ନାସିକ ଓ ବେଙ୍ଗାଲୁରୁରେ ବନ୍ୟା ଯୋଗୁଁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ କୁଇଣ୍ଟାଲ ପିଛା ପିଆଜ ଦର ୨୨୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କାରେ ପହଞ୍ଚିଛି।

ଓଡ଼ିଶାରେ ବର୍ଷକୁ ପ୍ରାୟ ୬ ଲକ୍ଷ ଟନ୍ ପିଆଜ ଆବଶ୍ୟକ ହେଉଥିବାବେଳେ ଅଧିକାଂଶ ପିଆଜ ନାସିକ ଓ ଇନ୍ଦୋରରୁ ଆମଦାନି ହୁଏ। ନାସିକରେ ବନ୍ୟାରେ ପିଆଜ ଚାଷ ନଷ୍ଟ ହେବାରୁ ଯୋଗାଣ କମିଛି ଓ ଦର ବୃଦ୍ଧି ପାଇଛି।

ବ୍ୟବସାୟୀଙ୍କ କହିବା ଅନୁସାରେ, ଏହି ଉଚ୍ଚ ଦରର ସ୍ଥିତି ଆହୁରି ୩ରୁ ୪ ମାସ ଯାଏଁ ଜାରି ରହିପାରେ। ନଭେମ୍ବର-ଡିସେମ୍ବରରେ ନାସିକରେ ନୂଆ ପିଆଜ ଅମଳ ହେବା ପରେ ଦର ସ୍ୱାଭାବିକ ହେବାର ଆଶା କରାଯାଉଛି।

Share: