ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ‘AI Plus’ ସବସ୍କ୍ରିପସନ
ଗୁଗଲ ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ Google AI Plus ପ୍ଲାନର ୧ ବର୍ଷର ମାଗଣା ସବସ୍କ୍ରିପସନ୍ ଦିଆଯିବ। ଏଥିରେ Gemini Omni ଆକ୍ସେସ୍, ସାଧାରଣ ବ୍ୟବହାରକାରୀଙ୍କ ତୁଳନାରେ ୨ ଗୁଣା ଅଧିକ ୟୁଜେସ୍ ଲିମିଟ୍, ୪୦୦ GB କ୍ଲାଉଡ୍ ଷ୍ଟୋରେଜ୍ ଏବଂ ଅନ୍ୟାନ୍ୟ AI ସୁବିଧା ମିଳିବ।
ଏହା ସହିତ Google AI Pro + YouTube Premium ବଣ୍ଡଲ୍ରେ ୭୦% ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର Student Hub, Study Notebook, Diagnostic Quiz ଏବଂ Gemini Live ଭଳି ଫିଚର୍ସ ଯୋଡ଼ାଯାଇଛି। ଗୁଗଲ ସର୍ଚ୍ଚ ଓ ଗୁଗଲ ଲେନ୍ସର ନୂଆ AI ଫିଚର୍ସ ମାଧ୍ୟମରେ ଜଟିଳ ବିଷୟକୁ ସହଜରେ ବୁଝିବା ଓ ଷ୍ଟେପ୍-ବାଇ-ଷ୍ଟେପ୍ ଶିଖିବାର ସୁବିଧା ମିଳିବ।
ଏହି ଅଫର ୧୪୦ରୁ ଅଧିକ ଦେଶରେ ଉପଲବ୍ଧ ଥିବାବେଳେ, ଭାରତର ଯୋଗ୍ୟ କଲେଜ ଛାତ୍ରଛାତ୍ରୀ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହାର ଲାଭ ଉଠାଇପାରିବେ।
