Defense & security

ଫ୍ଲାଏଦୁବାଇ ବିମାନରେ ଭୟଙ୍କର ଘଟଣା

ଫ୍ଲାଏଦୁବାଇ ବିମାନରେ ଭୟଙ୍କର ଘଟଣା

ଦୁବାଇରୁ ତେଲ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ FZ1073 ବିମାନରେ ମଝି ଆକାଶରେ ଭୟଙ୍କର ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, କୋ-ପାଇଲଟ୍ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବିମାନକୁ କ୍ରାସ୍ କରାଇବାକୁ ଆରମ୍ଭ କଲା ହୀନ ପ୍ରୟାସ । ହେଲେ ଦେବଦୂତ ସାଜି ସାମ୍ନାକୁ ଆସିଲେ ଭାରତୀୟ ପାଇଲଟ୍- କ୍ୟାପଟେନ୍ ସ୍ମିତ୍ ମଚ୍ଛାର । ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ସ୍ମିତ୍ କକ୍‌ପିଟ୍‌ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହାପରେ ଯାତ୍ରୀ, କ୍ରୁ ସଦସ୍ୟ ଓ ଦୁଇଜଣ ଅଫ୍‌-ଡ୍ୟୁଟି ପାଇଲଟ୍ ମିଶି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

୧୭୪ ଜଣଙ୍କୁ ନେଇ ଉଡ଼ୁଥିବା ବିମାନଟି ହଠାତ୍ ହଜାର ହଜାର ଫୁଟ୍ ତଳକୁ ଖସିଥିଲା। ପରେ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।ଗୁରୁତର ଆହତ ହୋଇ ବି ଅସାଧାରଣ ଧୈର୍ଯ୍ୟ, ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଏକ ମହାବିପତ୍ତିରୁ ବଞ୍ଚାଇ ଦେଇଛନ୍ତି । ଯେଉଁଥିପାଇଁ ଏବେ ସେ ସାରା ବିଶ୍ବରେ ହିରୋ । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି । ଆଉ ଭାରତର ଏହି ବୀର ପୁଅଙ୍କ ପାଇଁ ଦେଶର ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଛି ।

Share: