ସିଆନ୍ ଗେମ୍ସରେ ମହିଳା କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ
ସିଆନ୍ ଗେମ୍ସରେ ମହିଳା କବାଡ଼ିରେ ଭାରତୀୟ ଦଳ ହାସଲ କରିଛି ସ୍ୱର୍ଣ୍ଣ ପଦକ। ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଭାରତ ୨୦୧୮ର ଚାମ୍ପିଅନ୍ ଇରାନକୁ ୩୭-୩୪ ପଏଣ୍ଟରେ ପରାସ୍ତ କରିଛି। ଏହି ବିଜୟ ସହ ଏସୀୟ କ୍ରୀଡ଼ା ଇତିହାସରେ କବାଡ଼ିରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ଚତୁର୍ଥରେ ପହଞ୍ଚିଛି।
ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ପ୍ରଥମ ୪ ମିନିଟ୍ ପର୍ଯ୍ୟନ୍ତ ସ୍କୋର୍ ୫-୫ରେ ସମାନ ରହିଥିଲା। ଏହାପରେ ପୂଜା ଓ ଭାବନା ଦେବୀଙ୍କ ଦମଦାର ଟ୍ୟାକଲ୍ରେ ଭାରତ ୧୩-୧୦ରେ ଆଗୁଆ ହୋଇଥିଲା। ନିକିତାଙ୍କ ମଲ୍ଟିପଏଣ୍ଟ ରେଡ୍ ଏବଂ ସଞ୍ଜୁ ଦେବୀଙ୍କ ପ୍ରଭାବଶାଳୀ ଖେଳ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା।
ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୨-୧୬ରେ ଆଗରେ ଥିଲା। ଦ୍ୱିତୀୟାର୍ଦ୍ଧରେ ଇରାନ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଭାରତର ବିଜୟକୁ ରୋକିପାରିନଥିଲା। ଶେଷ ମୁହୂର୍ତ୍ତରେ ସଞ୍ଜୁ ଓ ପୂଜାଙ୍କ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଭାରତକୁ ୩୭-୩୪ରେ ବିଜୟୀ କରାଇଥିଲା।
